ଭୁବନେଶ୍ୱର: ଖ୍ୟାତନାମା ସାମ୍ବାଦିକା କୁମି କପୁର ତାଙ୍କର ସାପ୍ତାହିକ ସ୍ତମ୍ଭରେ ଓଡ଼ିଶାର ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭି କେ ପଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସ ଏବଂ ଫାଇନାନସିଆଲ ଏକ୍ସପ୍ରେସରେ ପ୍ରତି ରବିବାର ପ୍ରକାଶ ପାଉଥିବା ତାଙ୍କର ‘ଇନସାଇଡ ଟ୍ରାକ’ ସ୍ତମ୍ଭରେ କୁମି କପୁର ଲେଖିଛନ୍ତି ଯେ ଓଡିଶା କ୍ୟାଡ଼ରର ଆଇଏଏସ ଅଫିସର ପଣ୍ଡିଆନଜଣେ କର୍ତବ୍ୟପରାୟଣ ଓ କର୍ମଠ ବ୍ୟକ୍ତି। ରାତି ୪ଟା ରୁ ଉଠି ସେ ଦିନର କାମ ଆରମ୍ଭ କରନ୍ତି।
କୁମି କପୁର ଲେଖିଛନ୍ତି ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେବା ଦିନଠାରୁ ପଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ ଭାବେ କାମ କରୁଛନ୍ତି। ପଣ୍ଡିଆନ ଏତେ କ୍ଷମତାଶାଳୀ ଯେ ତାଙ୍କୁ ରାଜ୍ୟର ଡିଫେକଟୋ ରୁଲର ବୋଲି କୁହା ଯାଉଛି।
ପଣ୍ଡିଆନ ସଚିବ ପାହ୍ୟାକୁ ପଦୋନ୍ନତି ପାଇବା ପରେ ୫-ଟି ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ୫-ଟି ର ଅର୍ଥ ଟ୍ରାନ୍ସପେରେନସି,ଟିମୱାର୍କ,ଟେକ୍ନୋଲୋଜି, ଟାଇମଲିନେସ ଆଣ୍ଡ ଟ୍ରାନ୍ସଫରମେସନ । ପଣ୍ଡିଆନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାମ ଫିଲଡ଼ରେ କଣ ହେଉଛି ତାର ତଦାରଖ କରୁଛନ୍ତି ବୋଲି କୁମି କପୁର ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ।