ରାଜ୍ୟ

ଗଛକୁ ଧକ୍କା ଦେଲା କାର : ୮ ଆହତ

Published

on

କୋଣାର୍କ ୨୭/୨ : କୋଣାର୍କ ବୁଲିବାକୁ ଆସିଥିବା ବେଳେ ଏକ ଗାଡି ଦୁର୍ଘଟଣାର ଶିକାର ହୋଇଛି । ଗାଡିଟି ଗୋପ ତହସିଲ ନିକଟରେ ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଅଘଟଣରେ ଆଠଜଣ ଆହତ ହୋଇଛନ୍ତି । ସମସ୍ତ ଆହତ କୋଣାର୍କ ବୁଲିବାକୁ ଆସିଥିବା ପର‌୍ୟ୍ୟଟକ ବୋଲି ଜଣାପଡିଛି ।  ଭଦ୍ରକ ଜିଲ୍ଲା ଦୋବାଇ ଅଂଚଳର କିଛି ଲୋକ କୋଣାର୍କ ବୁଲିବାକୁ ଆସିଥିଲେ । ବୁଲିବାକୁ ଆସିଥିବା ପର‌୍ୟ୍ୟଟକଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଗୋପ ତହସିଲ ନିକଟରେ କୋ÷ଣସି କାରଣରୁ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଆଠଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି । ସେମାନଙ୍କୁ ପୋଲିସ ଉଦ୍ଧାର କରି କୋଣାର୍କ ମେଡ଼ିକାଲରେ ଭର୍ତି କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version