ରାଜ୍ୟ

ଗଛରେ ଝୁଲିଲେ ପ୍ରେମୀ ଯୁଗଳ

Published

on

ନବରଙ୍ଗପୁର ୧୦/୧ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅଂଚଳରେ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ଗୁମିଧରା ଗ୍ରାମର କାଜୁ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ଦୁହିଁଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଗାଁର ବନବାସୀ ଦଣ୍ଡସେନା ଓ ସ୍ୱାତୀ ପାଇକ ପରସ୍ପରକୁ ଭଲ ପାଉଥିଲେ । ତେବେ ପୁଅ ଘର ଲୋକ ବିବାହ ପାଇଁ ରାଜି ନ ହେବାରୁ ସେମାନେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ପୋଲିସ ଶବ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version