ରାଜ୍ୟ

ଗଛରେ ପିଟିହେଲା ବୋଲେରୋ : ୪ ମୃତ, ଜଣେ ଗୁରୁତର

Published

on

ରାୟଗଡ଼ା ୩୧/୧୨ : ଗତକାଲି ବିଳମ୍ବିତ ରାତ୍ରିରେ ରାୟଗଡ଼ା ନିକଟରେ ଏକ ବୋଲେରୋ ଦୁର୍ଘଟଣାଗସ୍ତ ହେବା ଫଳରେ ୪ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ନରି ମାଝି, ରବି ମାଝି, ଅଜୟ ମାଝି ଓ ପପୁ ମୁଦୁଲି । ସେମାନେ ସମସ୍ତେ କାଶିପୁର ଓ ଡେଙ୍ଗାଗୁଡ଼ା ଅଂଚଳର ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ରାୟଗଡ଼ାରେ ଚଇତି ମହୋତ୍ସବ ଦେଖି ଘରକୁ ଫେରୁଥିବାବେଳେ ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା । ଘନ କୁହୁଡ଼ି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୋଲିସ ମୃତ ଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆୟଗଡ଼ା ଜିଲ୍ଲା ସଦର ହସ୍ପିଟାଲରେ ଭତ୍ତି କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version