ରାଜ୍ୟ

ଗଛରେ ୨ ଝୁଲନ୍ତା ମୃତ ଦେହ

Published

on

ଅନୁଗୁଳ ୨୫/୫ : ଶଳା ଭାଉଜ ଓ ନଣନ୍ଦେଇଙ୍କ ମୃତ ଝୁଲନ୍ତା ମୃତ ଦେହ ଜବତ ହୋଇଛି । ମୃତକମାନେ ହେଲେ ରଞ୍ଜନ ସାହୁ ଓ ଶଳା ଭାଉଜ ସୁଜାତା ସାହୁ । ଦୁଇ ଜଣଙ୍କ ଭିତରେ ଅନୈତିକ ସମ୍ପର୍କ ଥିଲା । ଲୋକ ଲଜ୍ଜାରେ ଏମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପଡ଼ୋଶୀ କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଆଣମ୍ଭ କରିଛି ।
ସୁଜାତା ଓ ରଂଜନ ସମ୍ପର୍କରେ ଶଳା ଭାଉଜ ଓ ନଣନ୍ଦେଇ ହେବେ । ଦୀର୍ଘ ଦିନ ଧରି ଦୁଇ ଜଣଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି କିଛି ଦିନ ହେବ ସେମାନେ ବାହାରେ ଯାଇ ଏକାଠି ରହୁଥିଲେ । ତେବେ ଗତକାଲି ଗାଁକୁ ଫେରିଥିଲେ । ଏ ନେଇ ସାହି ପଡ଼ିଶା ବହୁତ ଟାହି ଟାପରା କରିଥିଲେ । ଏହା ପରେ ଆଜି ସକାଳେ ଚଣ୍ଡୀବଜାର ନିକଟରେ ଥିବା ଏକ ଗଛରେ ଦୁଇ ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଲୋକ ଲଜ୍ଜା ସହି ନ ପାରି ଏମାନେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପଡ଼ୋଶୀମାନେ କହିଛନ୍ତି । ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version