ରାଜ୍ୟ

ଗଜ ଉଦ୍ଧାରଣ ପାଇଁ ପଶ୍ଚିମବଙ୍ଗରୁ ଆସିବ ଗାଡ଼ି

Published

on

ଭୁବନେଶ୍ୱର ୧/୧ : କିଛିବର୍ଷ ହେଲା ରାଜ୍ୟରେ ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ରାଜ୍ୟ ବନ ବିଭାଗ ପଡ଼ୋଶୀ ପଶ୍ଚିମବଙ୍ଗରୁ ଗଜ ଗାଡ଼ି ଆଣିବ । ଏହି ଗାଡ଼ିରେ କ୍ରେନ୍ ଓ ଟ୍ରାଙ୍କୁଲାଇଜର ବ୍ୟବସ୍ଥା ରହିଛି । କୋ÷ଣସି ସ୍ଥାନରେ ହାତୀ ବିପଦରେ ପଡ଼ିଥିବା ଖବର ମିଳିଲେ ଗଜ ଗାଡ଼ି ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯିବ ବୋଲି ରାଜ୍ୟ ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହାଛଡା ଅନ୍ୟ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀଙ୍କ ସୁରକ୍ଷା ପାଇଁ ଅନ୍ୟ ଦୁଇଟି ଗାଡ଼ି ମଧ୍ୟ ଅଣାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version