ରାଜ୍ୟ

ଗଞ୍ଜାମରେ ଡବଲ ଏନକାଉଣ୍ଟର

Published

on

ଆସିକା ୭/୧ : ଗଞ୍ଜାମରେ ପୋଲିସ ପକ୍ଷରୁ ଡବଲ ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟରରେ ସୁନୀଲ କୁମାର ଜେନା ଓ କୃଷ୍ଣଚନ୍ଦ୍ର ଜେନା ନାମକ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ଚାରିମାଇଲି ନିକଟରେ ସେମାନଙ୍କୁ ପୋଲିସ ଏନକାଉଣ୍ଟର କରିଥିବା । ସୁନୀଲ ଓ କୃଷ୍ଣଚନ୍ଦ୍ର ବାହାନଲେଙ୍କା ହତ୍ୟାକାଣ୍ଡ ସହ ଅନେକ ଅପରାଧରେ ଜଡ଼ିତ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କଠାରୁ ୨ଟି ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version