ରାଜନୀତି

ଗଞ୍ଜାମରେ ନବୀନଙ୍କ ଦ୍ୱାରା ବହୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

Published

on

ଭୁବନେଶ୍ୱର ୧/୧୨ : କିଛି ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି ଏବଂ ଏଥିପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି । ବିଶେଷ କରି ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଘଟିଛି । ଏବେ ହକି ବିଶ୍ୱକପ୍ ଆୟୋଜନ କରି ବିଶ୍ୱରେ ଓଡ଼ିଶା ନିଜପାଇଁ ଏକ ବିଶେଷ ପରିଚିତ ହାସଲ କରିପାରିିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶନିବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିବା ଅବସରରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ବ୍ୟୟବରାଦ କରିଛନ୍ତି । ଫଳରେ ଏହି କ୍ଷେତ୍ରରେ ୫ ଲକ୍ଷରୁ ଉଦ୍ଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
ଶ୍ରୀ ପଟ୍ଟନାୟକ ବ୍ରହ୍ମପୁର ନିକଟସ୍ଥ ପାଲୁରହିଲ୍ରେ ବିଜୁପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କରିବା ସହ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଏକ ଓଭରବ୍ରିଜ୍ର ଲୋକାର୍ପଣ କରିଥିଲେ । ଏହାଛଡା ଜିଲ୍ଲା ପର୍ଯ୍ୟଟନ ଅଫିସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କେତେକ ନୂତନ ଅଟ୍ଟାଳିକା, ମାଛ କାର୍ମେଟ୍ ମଧ୍ୟ ସେ ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ କେତେକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରମେଶ ମାଝି, ସାଂସଦ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version