ରାଜ୍ୟ

ଗଞ୍ଜାମରେ ୧୦୧୧ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published

on

ବ୍ରହ୍ମପୁର ୨୭/୧ : ଗଞ୍ଜାମ ଜିଲ୍ଲା ରଙ୍ଗେଇ ଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀ ସମାବେଶରେ ଯୋଗଦେଇ କୃଷକଙ୍କ ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲାବାସୀଙ୍କ୍ୁ ଅବଗତ କରାଇଛନ୍ତି । ସେ ଏହି ଅବସରରେ ଜିଲ୍ଲାବାସୀଙ୍କ ପାଇଁ ମୋଟ ୧୦୧୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସେ ୨୩୧ଟି ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ସଭାରେ ସେ କାଳିଆ ସହାୟତା ରାଶି ପ୍ରଦାନ କରିଥିଲେ । କେବଳ ଏତିକି ନୁହେଁ ସେ ୨୫ ହଜାର ଚାଷୀଙ୍କୁ କୃଷି ଉପକରଣ ମଧ୍ୟ ବାଣ୍ଟିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version