ରାଜ୍ୟ

ଗଞ୍ଜାମ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

Published

on

ଆସିକା ୧୯/୧୨ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଟଙ୍କାଛାଇ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମ ସନ୍ୟାସୀ ସ୍ୱାଇଁ । ସେ ଋଣ କରି କିଛି ଜମି ଚାଷ କରିଥିଲେ । ବିଭିନ୍ନ କାରଣରୁ ଫସଲ କ୍ଷତିଗ୍ରସ୍ତ ହେବାରୁ ସେ କିଛିଦିନ ହେଲା ଚିନ୍ତାରେ ଥିଲେ । କରଜ ନ ଶୁଝିପାରିବା ଆଶଙ୍କାରେ ସେ କୀଟନାଶକ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ପ୍ରକାଶ କରିଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version