ଆଇନ କାନୁନ

ଗଞ୍ଜେଇ ଚାଲାଣକୁ ଅର୍ଥ ଯୋଗାଇବା, ଅଭିଯୁକ୍ତକୁ ଆଶ୍ରୟ ଦେବା ଦଣ୍ଡନୀୟ ନୁହେଁ?

Published

on

ଭୁବନେଶ୍ୱର: ଗଞ୍ଜେଇ ବା ମାଦକ ଦ୍ରବ୍ୟର ଚୋରା ଚାଲାଣକୁ ଅର୍ଥ ଯୋଗାଇ ଦେବା ବା ମାଦକ ଦ୍ରବ୍ୟର ଚୋରା କାରବାରର ଅଭିଯୁକ୍ତକୁ ଆଶ୍ରୟ ଦେବା ଅପରାଧ ହୋଇପାରେ କିନ୍ତୁ ଏଥି ପାଇଁ ଦଣ୍ଡ ଦେଇ ହେବନାହିଁ। ନରକୋଟିକ୍ସ ଡ୍ରଗସ ଆଣ୍ଡ ସାଇକୋଟ୍ରେ।ପିକ ସବଷ୍ଟାନସ ଆକ୍ଟରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ଅପରାଧ ପାଇଁ ଦଣ୍ଡ ଦେଇହେବ ନାହିଁ।

ଆକ୍ଟର ସେକ୍ସନ 27A ରେ ଉଲ୍ଲେଖ ଅଛି ଯେ, ଯେ ସେକ୍ସନ 2  (viiia)ର  ସବ-କ୍ଲଜ(i) ରୁ (v) ରେ ଉଲ୍ଲେଖିତ କାରବାର ପାଇଁ  କେହି ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷରେ ଅର୍ଥ ଲଗାଣ କଲେ ବା ଅଭିଯୁକ୍ତକୁ ଆଶ୍ରୟ ଦେଲେ ଏନଡିପିଏସ ଆଇନ ଅନୁଯାୟୀ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି।

ତେବେ ଗତ ୨୦୧୪ରେ ଆକ୍ଟରେ ଯେଉଁ ସଂଶୋଧନ ଅଣାଗଲା ସେହି ସମୟରେ ଭୁଲ ବଶତଃ ଏହି ସବ କ୍ଲଜ (i) ରୁ (v)ରେ ଯେଉଁ ସବୁ ମଦକଦ୍ରବ୍ୟର ବେଆଇନ କାରବାର ଉଲ୍ଲେଖ କରାଯିବା କଥା ତାହା କରାଗଲା ନାହିଁ। ମଦକଦ୍ରବ୍ୟର ତାଲିକା ନରହିବା ଫଳରେ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ଅର୍ଥ ଯୋଗାଉଥିବା ଏବଂ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାରେ ଆଇନଗତ ଅସୁବିଧା ସୃଷ୍ଟି ହୋଇଛି।

ତ୍ରିପୁରାର ଏକ ସ୍ପେଶାଲ କୋର୍ଟରେ ଗତ ୨୦୧୬ରେ ଜଣେ ଅଭିଯୁକ୍ତ ଜାମିନ ଆବେଦନ କଲାବେଳେ ଆଇନ ଥିବା ଏହି ବିସଂଗତି କଥା ଉଠାଇଥିଲେ। ଏହାପରେ ତଳ କୋର୍ଟ ଏହାର ବିଚାର ପାଇଁ ତ୍ରିପୁରା ଉଚ୍ଚ ନ୍ୟାୟାଳୟ କୁ ମାମଲା ପଠାଇ ଦେଇଥିଲେ।

ଗତ ସପ୍ତାହରେ ତ୍ରିପୁରା ଉଚ୍ଚ ନ୍ୟାୟାଳୟ ଏହି ତ୍ରୁଟି ସଂଶୋଧନ ପାଇଁ କେନ୍ଦ୍ର ଗୃହ ବିଭାଗକୁ ଜଣାଇଛନ୍ତି।

ବର୍ତ୍ତମାନ ସମ୍ବିଧାନର ୨୦(୧)ରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ସଂଶୋଧନ ପିଛିଲା ତାରିଖରୁ ଲାଗୁ କରିହେବ ନାହିଁ। ତେବେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ମାମଲା ରହିଛି ତାହାର କଣ ନିଷ୍ପତି ହେବ। ଏହି ଅଡୁଆରେ ବର୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଡ଼ିଛି।

 

 

Leave a Reply

Your email address will not be published. Required fields are marked *

Trending

Exit mobile version