ରାଜ୍ୟ

ଗଞ୍ଜେଇ ଜବତ : ୩ ଗିରଫ

Published

on

କୋରାପୁଟ ୧୨/୬ : କୋରାପୁଟରୁ ୭୫କେଜି ଗଞ୍ଜେଇ ଜବତ ହୋଇଛି । ବାରମ୍ବାର କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଜବତ କରାଯାଉଛି । ଆଜି ପୁଣି କୋରାପୁଟ ଜିଲ୍ଲା ପୋଲିସ କୁନ୍ଦୁରା ଅଂଚଳରୁ ଗଞ୍ଜେଇ ଚାଲାଣ ସମୟରେ ଚଢାଉ କରିଛି । ଫଳରେ ୭୫କେଜି ଗଞ୍ଜେଇ ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରିଛି । ଏହା ସହ ଗଞ୍ଜେଇ ଚାଲାଣ କାର‌୍ୟ୍ୟରେ କେଉର୍ମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ଖୋଜିବାକୁ ଚେଷ୍ଟା ଜାରି କରିଛି ।
ଉଲ୍ଲେଖଯୋଗ୍ୟ, ନିକଟରେ ଅନେକ ଥର କୁନ୍ଦୁରା ଅଂଚଳରେ ପୋଲିସ ଚଢାଉ କରି ପ୍ରାୟ ଏକ କୁଇଣ୍ଟାଲ ଜବତ କରି ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version