ଦେଶ ବିଦେଶ

ଗରିବ ମହିଳାଙ୍କୁ ଆଉ ମିଳିବନି ମାଗଣା ଗ୍ୟାସ ସିଲିଣ୍ଡର

Published

on

ନୂଆଦିଲ୍ଲୀ:ଲକଡାଉନ ସମୟରେ ଲୋକଙ୍କ ଦୁର୍ଦ୍ଦଶା ଦେଖି କେନ୍ଦ୍ର ସରକାର ୧.୭୦ ଲକ୍ଷ୍ କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। ଏଥିରେ ସରକାର ଉଜ୍ବଲା ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ମହିଳାମାନକୁ ତିନୋଟି ରନ୍ଧନ ଗ୍ୟାସ ସିଲିଣ୍ଡର ମାଗଣା ଦିଆଯିବ ବୋଲି ଘୋଷଣା କରିଥିଲେ।
ଏହି ମାଗଣା ସିଲିଣ୍ଡର କିଣିବାକୁ କେନ୍ଦ୍ର ସରକାର ଏପ୍ରିଲ,ମେ ଓ ଜୁନ ମାସରେ ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଗୁଆ ଅର୍ଥ ପ୍ରଦାନ କରାଯିବ ବୋଲି କହିଥିଲେ।
ସରକାର ଏପ୍ରିଲ ଓ ମେ ମାସ ପାଇଁ ଦୁଇଟି ସିଲିଣ୍ଡର ବାବଦରେ ସମସ୍ତ ଅର୍ଥ ଆଗୁଆ ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଠାଇଥିଲେ।

ତେବେ ଜୁନ ମାସରେବ ମାଗଣା ସିଲିଣ୍ଡର ବାବଦକୁ ଆଉ ଆଗୁଆ ଅର୍ଥ ପ୍ରଦାନ କରାଯିବ ନାହିଁ ବୋଲି ବର୍ତ୍ତମାନ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏଣୁ ଏହି ମାଗଣା ସିଲିଣ୍ଡର ପାଇଁ ମହିଳାମାନଙ୍କୁ ପ୍ରଥମେ ହାତରୁ ପଇସା ଦେଇ ସିଲିଣ୍ଡର କିଣିବାକୁ ହେବ ଏବଂ ପରେ ତାହାର ସମ୍ପୁର୍ଣ୍ଣ ଅର୍ଥ ସେମାନଙ୍କର ଆକାଉଣ୍ଟକୁ ଆସିବ।

ଏପ୍ରିଲ ମାସରେ ମିଳିଥିବା ଆଗୁଆ ଅର୍ଥରେ ସିଲିଣ୍ଡର କିଣିଲେ ମେ ମାସର ଆଗୁଆ ଅର୍ଥ ମିଳିବ। ହେଲେ ଗରିବ ମହିଳାମାନେ ଏପ୍ରିଲ ଓ ମେ ମାସରେ ପାଇଥିବା ଆଗୁଆ ଅର୍ଥରେ ମାର୍ଚ୍ଚ ୨୦୨୧ ସୁଦ୍ଧା ସେମାନଂକର ସିଲିଣ୍ଡର କିଣି ପାରିବେ।
ଉଜ୍ଜ୍ୱଳ। ଯୋଜନାର ୮ କୋଟି ହିତାଧିକାରୀଙ୍କୁ ତିନି ମାସରେ ୨୪ କୋଟି ସିଲିଣ୍ଡର ଯୋଗାଇ ଦେବାର ଯୋଜନ ଥିଲା। ଏଥି ପାଇଁ ସରକାରଙ୍କୁ ୧୩,୫୦୦ କୋଟି ଟଙ୍କା ବୋଝ ପଡ଼ିଥାନ୍ତା। ତେବେ ଜୁନ ୧୫ ତାରିଖ ସୁଦ୍ଧା ଏହି ଯୋଜନାରେ ଦେଶରେ ୧୦ କୋଟିରୁ ଉର୍ଦ୍ଧ୍ବ ସିଲିଣ୍ଡର ବଣ୍ଟନ ହୋଇଛି। ଅର୍ଥାତ ୩୦% ଗରିବ ମହିଳା ବର୍ତନମାନ ସୁଦ୍ଧା ଏହି ଯୋଜନାର ଲାଭ ପାଇ ନାହାନ୍ତି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାରଙ୍କ ଏହି ନୀତି ପରିବର୍ତ୍ତନ ବିଷୟରେ ଗରିବ ମହିଳା ହିତାଧିକାରୀ ମନେ କିଛି ଜାଣି ନାହାଁନ୍ତି। ଜୁନ ମାସରେ ଆଉ ୯ ଦିନ ମାତ୍ର ରହିଲା । ସେମାନେ ହାତରୁ ପଇସା ଦେଇ ସିଲିଣ୍ଡର କିଣି ମାଗଣାରେ ମିଳିବାକୁ ଥିବା ସିଲିଣ୍ଡର ଯୋଜନାର ଲାଭ ଉଠାଇ ପାରିବେତ?

Leave a Reply

Your email address will not be published. Required fields are marked *

Trending

Exit mobile version