ରାଜ୍ୟ

ଗାଧୋଉଥିବା ବେଳେ ଜୁଆରରେ ଭାସିଗଲେ ୩ଛାତ୍ର

Published

on

ପୁରୀ ୨୦/୪ : ସମୁଦ୍ରରେ ତିନି ଜଣ ଛାତ୍ର ଗାଧୋଉଥିବା ବେଳେ ଜୁଆରରେ ଭାସିଯାଇଥିବା ଜଣାପଡ଼ିଛି । ପୁରୀ ସମୁଦ୍ରରେ ତିନି ଜଣ ଛାତ୍ର ଗାଧୋଉଥିବା ବେଳେ ଜୁଆରରେ ଭାସିଯାଇଛନ୍ତି । ଚୈତନ୍ୟ ଛକ ନିକଟରେ ସ୍ୱର୍ଗଦ୍ୱାର ସମ୍ବୁଖରେ ଥିବା ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ନିଖୋଜ ହୋଇଥିବା ଜଣେ ଛାତ୍ରଙ୍କ ନାମ ଅଭିଷେକ ପାଣ୍ଡେ ଓ ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି । ସମୁଦ୍ର ଜୁଆରରେ ଭାସିଯାଇଥିବା ତିନିଜଣ ଛାତ୍ର ଏକ ଘରୋଇ ଇଞ୍ଜିନିୟରିଂର ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version