ରାଜ୍ୟ

ଗାଡ଼ି ଦୁର୍ଘଟଣା, ୨୧ ଆହତ

Published

on

ନବରଙ୍ଗପୁର ୧୩/୩ : ବରଯାତ୍ରୀ ଗାଡ଼ି ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି । ଛତିଶଗଡ଼ ଦେଓବୁକରୁ ରାଇଘର ହଳଦୀ ଗାଁ ଆସୁଥିବା ବେଳେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଝରିଗାଁ ବ୍ଲକ ହାତୀବାଡ଼ିଠାରେ ଗଛରେ ପିଟିହେବା ଫଳରେ ଏହି ଅଘଟଣଟି ଘଟିଥିଲା । ଏହି ଘଟଣାରେ ଚାଳକ ଗୁରୁତର ହୋଇପଡ଼ିଥିଲେ ଏବଂ ୨୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଝରିଗାଁ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version