ଭୁବନେଶ୍ୱର ୧୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୁଜରାଟ ଗସ୍ତ କରି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦୁଃଖସୁଖ ବୁଝିଛନ୍ତି । ବିଶେଷ କରି ସୁରଟରେ ରହୁଥିବା ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟାର ଆଶୁ ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ସୁରତରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଛନ୍ତି । ସେଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ । ସେଠାରେ ରହୁଥିବା ଓଡ଼ିଆମାନଙ୍କୁ ଏକାଠି କରିବା ନବୀନଙ୍କ ଗୁଜରାଟ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ସେ ଏହା ପୂର୍ବରୁ ଅହମ୍ମଦାବାଦ ଯାଇ ସତ୍ୟସାଇ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଚିକିତ୍ସିତ ହେଉଥିବା ଓଡ଼ିଆ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ମଧ୍ୟ ହସ୍ପିଟାଲରେ ଥିବା ୩୬ ଜଣ ଶିଶୁଙ୍କୁ ଡିସଚାର୍ଜ ସାର୍ଟିଫିକେଟ ପ୍ରଦାନ କରିଥିଲେ । ନବୀବନଙ୍କ ସହ ବିଜେଡ଼ିର କେତେକ ମନ୍ତ୍ରୀ, ସାଂସଦ ଓ ନେତାମାନେ ଗୁଜରାଟ ଯାଇଛନ୍ତି ।