ରାଜ୍ୟ

ଗୁଡ୍ ନ୍ୟୁଜ ସେଲ୍ଟର ହୋମ ଧର୍ମାନ୍ତରୀକରଣ ପ୍ରସଙ୍ଗ : ରାଜନାଥଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Published

on

ଭୁବନେଶ୍ୱର ୮/୧୨ : ଓଡ଼ିଶାରେ ଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲ୍ଟର ହୋମଗୁଡ଼ିକରେ ଅନ୍ତେବାସୀମାନଙ୍କୁ ଯୋ÷ନ ନିର୍ଯାତନା ସହ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ଚିଠି ଲେଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଡ ନ୍ୟୁଜ ଇଣ୍ଡିଆ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନ୍ତରୀକରଣ କରାଯାଉଥିବା ନେଇ ଅଭିଯୋଗ ଉଠିଛି । ସେବାଶ୍ରମଗୁଡ଼ିକରେ ମଧ୍ୟ ଯୋ÷ନ ନିର୍ଯାତନା ଦିଆଯାଉଛି । ବିଜେପି ମହିଳାମୋର୍ଚ୍ଚା ବେଲଟିକିରି ସେଲ୍ଟର ହୋମକୁ ଯାଇ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏହାର ପ୍ରମାଣ ମିଳିଛି ।
ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ନିକଟକୁ ପଠାଇଥିବା ଏକ ରିପୋର୍ଟ ଭିତ୍ତିରେ ସେ ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ୍ ନ୍ୟୁଜ ଇଣ୍ଡିଆକୁ ବହୁଳ ପରିମାଣର ବିଦେଶୀ ଅର୍ଥ ଆସୁଛି । ତାହାଦ୍ୱାରା ପରିଚାଳିତ ରାଜ୍ୟର ୨୬ଟି ସେଲ୍ଟର ହୋମ୍ ମଧ୍ୟରୁ ୧୫ଟି ବେଆଇନ୍ ଭାବେ ଚାଲିଛି । ରାଜ୍ୟ ସରକାର ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି । ତେଣେୁ ମାମଲାରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପ୍ରଧାନ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version