ପାରାଦ୍ୱୀପ ୩୦/୧୧ : ପାରାଦ୍ୱୀପ ଇଫ୍କୋ ଛକରେ ଦୁର୍ବୃତମାନେ ଗୁଳି ଚଳାଇ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଶୁକ୍ରବାର ଏଟିଏମ୍ରେ ଟଙ୍କା ଭର୍ତି କରିବା ଦାୟିତ୍ୱରେ ଥିବା ଏକ ଭ୍ୟାନ୍ ଇଫ୍କୋ ଛକଦେଇ ଯାଉଥିବାବେଳେ ହଠାତ୍ ୩ଜଣ ଦୁର୍ବୃତ ବାଇକ୍ରେ ଆସି ତାହାକୁ ଅଟକାଇଥିଲେ ଏବଂ ଭ୍ୟାନ୍ ଉପରକୁ ଗୁଳି ଚଳାଇ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଗୁଳି ମାଡ଼ରେ ଭ୍ୟାନ୍ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି । ତାଙ୍କ ଜଂଘରେ ଗୁଳି ବାଜିଛି । ପୋଲିସ ପାରାଦ୍ୱୀପର ବିଭିନ୍ନ ରାସ୍ତାକୁ ଅବରୋଧ କରି ଯାଂଚ ଚଳାଇଥିଲେ ମଧ୍ୟ ଅପରାଧୀମାନଙ୍କୁ ଧରାଯାଇ ପାରିନାହିଁ ।