ଦେଶ ବିଦେଶ

ଗୃହମନ୍ତ୍ରୀ ଭାବେ କାର‌୍ୟ୍ୟଭାର ସମ୍ଭାଳିଲେ ଅମିତ ଶାହ

Published

on

ନୂଆଦିଲ୍ଲୀ ୧/୬ : ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଶାହ ଦେଶର ନୂଆ ଗୃହମନ୍ତ୍ରୀ ରୂପେ କାର‌୍ୟ୍ୟଭାର ସମ୍ଭାଳିଛନ୍ତି । କିଛି ସମୟ ପରେ ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ସହ ବୈଠକ କରିବେ ନୂଆ ଗୃହମନ୍ତ୍ରୀ । ଗାନ୍ଧୀନଗର ଲୋକସଭା ସିଟରୁ ନିର୍ବାଚିତ ହୋଇଛନ୍ତି ଶାହ । ଚଳିତ ନିର୍ବାଚନରେ ଏନଡିଏ ୩୫୦ରୁ ଅଧିକ ସିଟ ପାଇବା ପଛରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୁମିକା । ସଂଖ୍ୟା ଗଣିତରେ ମାହିର ଅମିତ ଶାହାଙ୍କୁ ବିଜେପିର ଷ୍ଟ୍ରାଟେଜି ମେକର ବୋଲି ମଧ୍ୟ କୁହାଯାଏ । ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ନିଜ ମନ୍ତ୍ରଣାଳୟର ଭାର ସମ୍ଭାଳିଛନ୍ତି ଅମିତ ଶାହା ।
ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅମିତ ଶାହ କେଉଁ ଦିଗରେ ପ୍ରଥମେ ପଦକ୍ଷେପ ନେବେ ସେନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟତଃ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ଆଟିକିଲ ୩୫ଏ ଉପରେ ତାଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ । କାରଣ ନୂଆ ଗୃହମନ୍ତ୍ରୀ ବାରମ୍ବାର ୩୭୦ ଉଠାଇବା କଥା କହି ଆସୁଥିଲେ ବିିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ଉପରେ ପୁଣି ଆସ୍ଥାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମିତ ଶାହାଙ୍କୁ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାର ଦିଆଯାଇଛି । ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କ ହାତରୁ ଦେଶର ବଡ ତଥା ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖସି ଯାଇ ଅମିତ ଶାହାଙ୍କ ଭାଗରେ ପଡିଛି । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ବଂଟନରେ ରାଜନାଥ ସିଂହଙ୍କ ସ୍ଥାନରେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଭାର ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version