ଦେଶ ବିଦେଶ

ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ : ବିମାନରେ କାଶ୍ମୀର ଯିବେ ଯବାନ

Published

on

ନୂଆଦିଲ୍ଲୀ ୨୧/୨ : ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଏବେ ବିଏସଏଫ, ଆସାମ ରାଇଫଲ, ସିଆରପିଏଫ, ସିଆଇଏସଏଫ, ଏସଏସବି, ଏନଏସଜି ଏବଂ ଆଇଟିବିପିର ଯବାନ ମାନଙ୍କୁ କାଶ୍ମୀର ଘାଟିରେ ନିୟୋଜିତ କରିବା ପାଇଁ ଆକଶା ମାର୍ଗରୁ ଶ୍ରୀନଗରରେ ପହଞ୍ଚାଯିବା । ଯବାନମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବେ ସବୁ ଅର୍ଦ୍ଧ ସାମରିକ ବଳକୁ ବିମାନ ସାହାର‌୍ୟ୍ୟରେ ଶ୍ରୀନଗର ପଠାଯିବ । ଏହି ନଷ୍ପତ୍ତି ପରେ ଏବେ ସବୁ ଯବାନ ଏବଂ ଅଫିସର ମାନଙ୍କୁ ବିମାନରେ ଜମ୍ମୁରୁ କାଶ୍ମୀରକୁ ପଠାଯିବ ।
ଏହି ଆଦେଶରେ ଅର୍ଦ୍ଧସୈନିକ ବଳର ୭,୮୦,୦୦୦ ଯବାନଙ୍କୁ ଏହାର ଲାଭ ମିଳିବ। ଏଥିରେ କନଷ୍ଟେବଳ, ହେଡ କନଷ୍ଟେବଳ ଓ ଏଏସଆଇଠୁ ନେଇ ଅନ୍ୟ ସମସ୍ତ କର୍ମୀ ସାମିଲ, ଯାହାଙ୍କୁ ଏ ପର‌୍ୟ୍ୟନ୍ତ ବିମାନରେ ଯାତ୍ରା କରିବାର ଅଧିକାର ନଥିଲା। ଏହି ନିଷ୍ପତ୍ତିକୁ ତତ୍କାଳ ପ୍ରଭାବରୁ ଲାଗୁ କରିବାକୁ ଗୃହ ମନ୍ତ୍ରଣାଳୟ ଆଦେଶ ଦେଇଛି। ଆଦେଶ ମୁତାବକ ଯବାନ ଡ୍ୟୁଟି ସମୟରେ ଯାତ୍ରା କରିବା ବ୍ୟତୀତ ଛୁଟିରେ ଶ୍ରୀନଗରକୁ ଯିବା କିମ୍ବା ଆସିବା ସମୟରେ ମଧ୍ୟ ବିମାନ ଯାତ୍ରା କରିବେ।
ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମାରେ ସିଆରପିଏଫଙ୍କ ଗାଡ଼ି ଉପରେ ଆତଙ୍କୀ ହମଲା ପରେ ମିଡିଆ ରିପୋର୍ଟ୍ସରେ କୁହାଯାଇଥିଲା ଯେ ଅର୍ଦ୍ଧସୈନିକ ବଳ ବିମାନରେ ଯାତ୍ରା କରିବାକୁ ଅନୁମତି ମାଗିଥିଲେ, ମାତ୍ର ଏହାକୁ ମଞ୍ଜୁରୀ ଦିଆଯାଇ ନଥିଲା। କିନ୍ତୁ ଗୃହ ମନ୍ତ୍ରଣାଳୟ ଏହି ଖବରକୁ ଖଣ୍ଡନ କରି କହିଥିଲେ ଯେ, ସିଆରପିଏଫ ପକ୍ଷରୁ ଏମିତି କୌଣସି ଦାବି କରାଯାଇନଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version