ସାହିତ୍ୟ

ଗୋପୀନାଥ ମହାନ୍ତିଙ୍କ ଦାନାପାଣିର ଅନୁବାଦକଙ୍କ ଅବଶୋଷ

Published

on

ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜେତା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ୧୯୫୬ର ଅନ୍ୟତମ କାଳଜୟୀ ଉପନ୍ୟାସ ଦାନାପାଣିର ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା ୧୯୯୬ରେ। ଏହାର ଇଂରାଜୀ ଅନୁବାଦ ମିଳିତ ଭାବେ କରିଥିଲେ ମିନି କୃଷ୍ଣନନ ଓ ବିକ୍ରମ ଦାସ। ତେବେ ଏହି ଅନୁବାଦ ସୃଷ୍ଟିରେ କିଛି ଅଭାବ ରହି ଯାଇଛି ଯେଉଁଥିପାଇଁ ମିନି କୃଷ୍ଣନନ ଆଜି ଅବଶୋଷ କରୁଛନ୍ତି।

ଦାନାପାଣିର କ୍ଳାଇମାକ୍ସରେ ଜଣେ ଉଚ୍ଚଅଭିଳାଷ ରଖୁଥିବା କିରାଣୀର ବାଧ୍ୟ ପତ୍ନୀ ସରୋଜିନୀ କମ୍ପାନୀର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇବାକୁ ଯାଇ ସର୍ବସମ୍ମୁଖରେ ତାଙ୍କର ଗଳାରେ ଫୁଲମାଳ ଦେଇଛି। ଜଣେ ନାରୀ ଜଣେ ପୁରୁଷ ବେକରେ ଫୁଲମାଳ ଦେବା ହିନ୍ଦୁ ବିବାହ ରୀତିର ଏକ ଅଂଶ। ଦାନାପାଣି ଉପନ୍ୟାସରେ ଗୋପୀନାଥ ମହାନ୍ତି ଏହି ବର୍ଣ୍ଣନା ମାଧ୍ୟମରେ ତାଙ୍କର ଓଡିଆ ପାଠକଙ୍କୁ ସମଜର ଏହି ନୈତିକ ଅଧିପତନର ବାର୍ତା ଦେବାକୁ ଚାହିଁଛନ୍ତି।

ତେବେ ଏହାର ଇଂରାଜୀ ଅନୁବାଦରେ ଏହିବାର୍ତା ଦେବାରେ ବିଫଳ ହୋଇଛି। କାରଣ ଭାରତୀୟ ଓ ହିନ୍ଦୁ ସଂସ୍କୃତି ସହ ପରିଚିତ ନଥିବା ଉପନ୍ୟାସର ଇଂରାଜୀ ଅନୁବାଦର ପାଠକଙ୍କ ପାଇଁ ଜଣେ ନାରୀ ଜଣେ ପୁରୁଷ ଗଳାରେ ଫୁଲମାଳ ଦେବା କିଛି ଅସ୍ୱାଭାବିକ ଘଟଣା ନୁହେଁ।

ଉପନ୍ୟାସ ର ଇଂରାଜୀ ଅନୁବାଦ ବେଳେ ଏହି ଘଟଣାର ଏକ ଟୀକାକାର ବ୍ୟାଖ୍ୟା ଦେବାର ଆବଶ୍ୟକତା ଥିଲାବବୋଲି ମିନି କୃଷ୍ଣନନ କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version