ଭଞ୍ଜନଗର ୨୭/୧୨ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟରେ ଗୋରୁ ବେପାରୀଙ୍କୁ ଆକ୍ରମଣ କରି କିଛି ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ବେପାରୀମାନେ ଗୋରୁ ବିକ୍ରି କରି ନିଜ ଗାଁ ଜରଡ଼ା ଫେରୁଥିବାବେଳେ ବୁଗୁଡ଼ାର କରସିଂ-ଉଦୟପୁର ରାସ୍ତାରେ ୩ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଟଙ୍କା ମାଗିଥିଲେ । ତେବେ ଟଙ୍କା ନଦେବାରୁ ସେମାନଙ୍କୁ ସେମାନଙ୍କୁ ମାଡ଼ ମାରି ୧୦ ଲକ୍ଷ ଟଙ୍କା ନେଇ ପଳାଇଥିଲେ । ସେମାନଙ୍କ ମାଡ଼ରେ ଜଣେ ବେପାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।