ରାଜନୀତି

ଗୋଲ୍ଡେନ ବାବାଙ୍କ ବିଜେଡ଼ି ଲିଙ୍କ : ନବୀନ ନବାସ ଘେରିଲା ଛାତ୍ର କଂଗ୍ରେସ

Published

on

ଭୁବନେଶ୍ୱର ୧୧/୧ : ବିବାଦୀୟ ଗୋଲଡେନ୍ ବାବାଙ୍କ ସହ ବିଜେଡ଼ିର କିଛି ନେତାଙ୍କ ଲିଙ୍କ ଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଶୁକ୍ରବାର ଛାତ୍ର କଂଗ୍ରେସ ଏହାର ପ୍ରତିବାଦରେ ନବୀନ ନିବସ ଘେରାଉ କରିବା ଲାଗି ଉଦ୍ୟମ କରିଥିଲା । ତେବେ ଶିଶୁଭବନ ନିକଟରେ ପୋଲିସ ସେମାନଙ୍କୁ ଅଟକାଇବା ଫଳରେ ଘେରାଉ ଉଦ୍ୟମ ସଫଳ ହୋଇପାରିନଥିଲା । ସେଠାରେ ପୋଲିସ ଓ ଛାତ୍ର ଗକଂଗ୍ରେସର କର୍ମୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ଯିବା ପାଇଁ ଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗାଡ଼ି ଭିତରକୁ ଉଠାଇ ନେଇ ଅଟକ ରଖିଥିଲା । ବିକ୍ଷୋଭ ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମଧ୍ୟ ମାଡ଼ କରିଥିଲେ । ଇତି ମଧ୍ୟରେ ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ସହିତ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଏକ ଫଟୋ ଭାଇରାଲ ହେବାପରେ ବାବାଙ୍କ ସହ ଲିଙ୍କ ନେଇ ବିଜେଡ଼ି ପ୍ରତି ଅଙ୍ଗୁଳି ଉଠିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version