ଭଦ୍ରକ ୧୩/୧୨ : ଭଦ୍ରକର ବେତଡ଼ା ଅଂଚଳରେ ଗୋଷ୍ଠୀ ସଂଘର୍ଷ ଘଟିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ବେତଡ଼ା ଗୋଇରାଣି ଗାଁରେ ସରକାରୀ ପ୍ରକଳ୍ପର ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମାରଣାସ୍ତ୍ର ଧରି ପରସ୍ପର ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୫ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଭଦ୍ରକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।