ବଲାଙ୍ଗୀର ୧/୪ : ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଟିଏ ଗୋଷ୍ଠୀର ଜଣେ ଲୋକଙ୍କ ହାତ ପାପୁଲି ହାଣି ଅପର ପକ୍ଷ ଛିଡ଼ାଇଦେଇଥିବା ଅଭିଯୋଗ ହୋଇଛି ।
ବଲାଙ୍ଗୀରରେ ରାଜୀବନଗରପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି । କୋଣସି ଏକ କାରଣରୁ ବଚସା ସୃଷ୍ଟି ହେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଛଅ ,ସାତ ଜଣ ଯୁବକ ଆସି ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଷ୍ଠୀର ଜଣେ ଲୋକଙ୍କ ହାତ ପାପୁଲି ହାଣି ଅପର ପକ୍ଷ ଛିଡ଼ାଇଦେଇଛନ୍ତି । ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।