ଅନୁଗୁଳ ୧୨/୬ : ଗ୍ରାମସଭାରେ ମାଛଧରାକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଏଥିରେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୁହାରପଶି ଗାଁରେ ଗ୍ରାମସଭା ବସିଥିଲା ସେଠାରେ ମାଛ ଧରାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏହାପରେ ସଂଘବନ୍ଧ ଭାବେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଛି । ବଦ୍ଧ ଗୁରୁତର ହୋଇପଡ଼ିବାରୁ ତାଙ୍କ ଡ଼ାକ୍ତରଥାନାରେ ଭର୍ତ୍ତି କରାଯାଇଥିଲା । ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଛେଣ୍ଡିପଦା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚାରିଜଣକ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।