ରାଜ୍ୟ

ଗ୍ରୀଷ୍ମ ପ୍ରବାହ ଜାରି : ୪୪ ଡିଗ୍ରି ଉପରେ ୫ ସହର

Published

on

ଭୁବନେଶ୍ୱର ୨୭/୫ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ଲଗାତର ଭାବେ ୪୦ଡିଗ୍ରି ଉପରେ ରହୁଥିବାବେଳେ ୫ରୁ ଅଧିକ ସହରରେ ପାରଦ ଗତ ତିନି ସପ୍ତାହ ହେଲା ୪୨ରୁ ୪୬ ଡିଗ୍ରି ମଧ୍ୟରେ ରହୁଛି । ଏପରିକି ଗତ ସପ୍ତାହେ ହେଲା ବଲାଙ୍ଗୀର, ଟିଟିଲାଗଡ଼, ସୋନପୁରରେ ପାରଦ ୪୩ଡିଗ୍ରି ତଳକୁ ଖସିନି । ପଶ୍ଚିମ ଓଡ଼ିଶାର ଏହି ଅଞ୍ଚଳରେ ଲୋକ ଏବେ ଖରାରେ ଆଉଟୁପାଉଟୁ ହୋଇଗଲେଣି ।
ଗତକାଲି ରାଜ୍ୟର ୧୧ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଏଥିରୁ ୫ଟି ସ୍ଥାନରେ ପାରଦ ୪୪ଡିଗ୍ରି ଉପରେ ରହିଥିଲା । ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରି ରେକର୍ଡ ହେ‌ାଇଛି । ଗତକାଲି ସୋନପୁର ସମେତ ଟିଟିଲାଗଡ଼ରେ ୪୪.୬, ତାଳଚେରରେ ୪୪.୩, ସମ୍ବଲପୁରରେ ୪୪.୭, ଝାରସୁଗୁଡ଼ାରେ ୪୪ ଡିଗ୍ରି ତାତି ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୨.୭, ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୪୩.୬, ଭବାନିପାଟଣାରେ ୪୩, ବଲାଙ୍ଗୀରରେ ୪୩.୭ ଡିଗ୍ରି ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version