ଖୋର୍ଦ୍ଧା, ୧୭ : ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଗୟାବନ୍ଧ ଗ୍ରାମରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ଗୟାବନ୍ଧ ଗ୍ରାମରେ ଏକ ପରିତ୍ୟକ୍ତ ଘରୁ କିଛି ଗନ୍ଧ ଆସୁଥିଲା । ଯାହାକୁ ନେଇ ସ୍ଥାନୀୟ ବାସୀ ସନ୍ଦେହ କରିଥିଲେ । ସେମାନେ ଘରେ ପସିବାପରେ ଏକ ମୃତଦେହକୁ ଝଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।