ଭୁବନେଶ୍ୱର ୧୫/୬ : ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଂଚଳର ଏକ ଭଡା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଶ୍ରୀବିହାର ଅଂଚଳର ଏକ ଭଡା ଘରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୁବକଜଣଙ୍କ ନିଆଳି ଚାରିଛକ ଅଂଚଳର ବିଭୂପ୍ରସାଦ ମହାରଣା ବୋଲି ଜଣାପଡୁଛି । ସକାଳେ ଦୀର୍ଘ ସମୟ ଧରି ଭଡାଘର କବାଟ ବନ୍ଦ ରହିଥିଲା । କୌଣସୀ ଅଘଟଣ ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘରର କବାଟ ଭାଙ୍ଗି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ତେବେ ଏହା ଏକ ଆତ୍ମହତ୍ୟା ହୋଇଥିବା ପୋଲିସ ସନ୍ଦେହ କରୁଛି ।