ଅପରାଧ

ଘରେ ପଶି ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା

Published

on

ପୁରୀ ୧୭/୧୨ : ପୁରୀରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରେଳବାଇର ଜଣେ ଡାକ୍ତରଙ୍କ ଘରେ ପଶି କେହି ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏହି ଡାକ୍ତର ଜଣକ ହେଲେ ସଞ୍ଜୀବ ସାହୁ । ସେ ରେଳବାଇରେ କାମ କରନ୍ତି । ସୋମବାର ରେଳବାଇ କ୍ୱାର୍ଟର୍ସରୁ ତାଙ୍କ ପତ୍ନୀ ସୁଜାତା ସାହୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରାଯାଇଛି । ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହାଣିଥିବା ଜଣାଯାଇଛି । ସମୁଦ୍ରକୂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version