ଢ଼େଙ୍କାନାଳ ୬/୧ : କାମାକ୍ଷାନଗରରେ ଏକ ଘର ତିଆରି ବେଳେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଘର ପାଖଦେଇ ୧୧ କେଭି ବିଦ୍ୟୁତ୍ ଲାଇନ ଯାଇଥିଲା । ଘରକାମ ଚାଲିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭତ୍ତି କରାଯାଇଛି । ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ଆଲୁଆଝରଣ-ଭାଲମୁଣ୍ଡା ରାସ୍ତାକୁ ଅବରୋଧ କରିଥିଲେ ।