ଅପରାଧ

ଘର ଭିତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

Published

on

ନବରଙ୍ଗପୁର ୯/୩ : ଏକ ଘର ଭିତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘର ଭିତରେ ଯୁବକଯୁବତୀଙ୍କ ମୃତ ଦେହ ଝୁଲୁଥିଲା ।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଭିତରୁ ଯୁବକଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ଉମରକୋଟ ପୋଲିସ ଉଦ୍ଧାର କରିଛି । ମୃତକ ଦୁହେଁ ସେହି ଗାଁର ବୋଲି ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version