ରାଜ୍ୟ

ଘାଟିରୁ ଟ୍ରକ୍ ଖସି ୩ ମୃତ

Published

on

ଆର୍.ଉଦୟଗିରି ୩୦/୧୧ : ପାରଳାଖେମୁଣ୍ଡିର ଆର୍.ଉଦୟଗିରିରେ ଶୁକ୍ରବାର ଏକ ଟ୍ରକ୍ ଘାଟିରୁ ଖସିପଡ଼ିବା ଫଳରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏକ ୧୦ ଚକିଆ ଟ୍ରକ୍ ପାରଳାଖେମୁଣ୍ଡିରୁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବାବେଳେ ଆର.ଉଦୟଗିରିର ବାଦପୁର ଘାଟିରୁ ପ୍ରାୟ 150 ଫୁଟ ତଳକୁ ଖସି ପଡ଼ିଥିଲା । ଏଥିରେ ଡ୍ରାଇଭରଙ୍କ ସମେତ ୩ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସେଠାରେ ପୋଲିସ, ଦମକଳବାହିନୀ ଓ ସ୍ଥାନୀୟ ଲୋକେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଖଣ୍ଡବିଖଣ୍ଡିତ ଟ୍ରକ୍ ମଧ୍ୟରୁ ଶବଗୁଡ଼ିକ ଉଦ୍ଧାର କରାଯାଇଥିବାବେଳେ କିଛି ରିଲିଫ୍ ସାମଗ୍ରୀକୁ ମଧ୍ୟ ବାହାର କରାଯାଇଛି । ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ମୃତକଙ୍କ ପରିଚୟ ହଠାତ୍ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version