ରାୟଗଡ଼ା ୧୫/୪ : ରାୟଗଡ଼ା ଶେଷଖାଲ ଥାନା ପାର୍ତ୍ତାପୁର ଘାଟିରେ ଟ୍ରକ ଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ପାର୍ତ୍ତାପୁର ଘାଟିରେ ଟ୍ରକ ଓଲଟି ଦୁର୍ଘଟଣା ଘଟିଛି । ପର୍ତ୍ତାପୁର ଘାଟିରେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ଟ୍ରକଟି ଓଲଟି ପଡ଼ିଛି । ମୃତକଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି ।