ତେଲକୋଇ ୧୪/୧୨ : କେନ୍ଦୁଝର ଜିଲ୍ଲା ବାଂସପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ଅଡାଳ ମୁଣ୍ଡା ସାହିରେ ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗାଁରେ ଥିବା ଏକ ଘୁଷୁରି ଖୁଆଡ଼ରେ ହଠାତ୍ ନିଆଁ ଲାଗିଯାଇଥିଲା । ସେହି ସମୟରେ ତା ଭିତରେ ଖେଳୁଥିବା ଦୁଇଟି ଶିଶୁ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଶିଶୁ ଦୁଇଜଣ ହେଲେ କହ୍ନେଇ ମୁଣ୍ଡାଙ୍କ ୩ ବର୍ଷର ପୁଅ ରାହୁଳ ଓ ହୃଦାନନ୍ଦ ମୁଣ୍ଡାଙ୍କ ୩ ବର୍ଷର ପୁଅ ସାଗର । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।