ଭୁବନେଶ୍ୱର ୭/୧୨ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ନିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର ଦେଇଛନ୍ତି । ଏଥିପାଇଁ ସେ ରାଜ୍ୟ ସରକାରଙ୍କର ସହଯୋଗ ଲୋଖିଛନ୍ତି ।
ଶ୍ରୀ ପ୍ରଧାନ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ୬,୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପ୍ରକଳ୍ପକୁ ତୁରନ୍ତ ଅନୁମତି ଦେବା ସଙ୍ଗେ ସଗେ ଆବଶ୍ୟକ ୬୦୦ ଏକର ଜମି ଦେବାକୁ କହିଛନ୍ତି ।
ଗତ ଜୁନ୍ ୨୭,୨୦୦୧୮ରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଥିଲା । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୫ ବର୍ଷ ଧରି ଚାଲିବା ବେଳେ ଦୈନିକ ୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ପାଇବେ । ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ପ୍ରକଳ୍ପ ଢାଂଚାରେ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୁର ଓ ପଦୁରଠାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହୋଇଛି ।