ଢ଼ାକା ୭/୧ : ଶେଖ ହସିନା ୪ର୍ଥ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି । କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ଏହି ପଦ ଲାଭ କରିଛନ୍ତି । ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ତାଙ୍କୁ ଆଜି ପ୍ରଧାନମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତମାସ ୩୦ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ହସିନାଙ୍କ ଆୱାମିଲିଗ ମେଣ୍ଟ ୯୦ ପ୍ରତିଶତ ଆସନ ଦଖଲ କରି ବିପୁଳ ବିଜୟ ହାସଲ କରିଥିଲା । ତେବେ ନିର୍ବାଚନରେ ସରକାରୀ ଦଳ ବ୍ୟାପକ ଜାଲିଆତି କରି ଏଭଳି ବିଜୟ ହାସଲ କରିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ଏହାକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଥିଲା ।