ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୂମୀକୁ ୨୦୧୮ରେ ସ୍ୱଚ୍ଛ ବେଳାଭୂମୀ ଭାବେ ଦେଶରେ ପ୍ରଥମେ ବ୍ଲୁ ଫ୍ଲାଗ ମାନ୍ୟତା ମିଳିବା ପରେ ବର୍ତ୍ତମାନ ପୁରୀର ସୁବର୍ଣ୍ଣ ବେଳାଭୂମୀ ଏହି ବିଶ୍ୱ ମାନ୍ୟତା ହାସଲ ପାଇଁ ସଜବାଜ ହେଉଛି।
କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡେକରଙ୍କ ଠାରୁ ପ୍ରକାଶ ଯେ ପୁରୀ ବେଳାଭୂମି ସମେତ ଦେଶର ଆଠଟି ବେଳାଭୂମୀକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ସୁପାରିଶ କରାଯାଇଛି।ଅଣ୍ଡାମାନ ନିକୋବରର ରାଧାନଗର, ଆନ୍ଧ୍ରପ୍ରଦେଶର ଋଷିକୋଣ୍ଡା, କେରଳର କାପଡ଼, କର୍ଣ୍ଣାଟକର କସରକୋଡ଼ ଓ ପାଡୁବିଦ୍ରୀ, ଡାମାନ ଡିୟୁର ଘୋଘଲା ଏବଂ ଗୁଜରାଟର ଶିବରାଜପୁର ବେଳାଭୂମୀକୁ ବ୍ଲୁ ଫ୍ଲାଗ ପ୍ରମାଣପତ୍ର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସୁପାରିସ କରିଛି।
ଜାତୀୟସ୍ତରରେ ଏକ ବିଶେଷଜ୍ଞ କମିଟି ଏହି ଆଠଟି ବେଳାଭୂମୀକୁ ଚୟନ କରିବା ପରେ ବର୍ତମାନ ଏହାକୁ ଏକ ଆନ୍ତର୍ଜାତୀୟ ବିଶେଷଜ୍ଞ କମିଟି ଯାଂଚକରିବେ। ଯୋଗ୍ୟ ବେଳାଭୂମୀଗୁଡିକର ନାମ ଆସନ୍ତା ମାସରେ ଘୋଷଣା ହେବ।
ସ୍ୱଚ୍ଛ ବେଳାଭୂମୀକୁ ଆନ୍ତର୍ଜାତୀୟ ସ୍ତରରେ ଏହି ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥାଏ। ଓଡ଼ିଶାର ଚନ୍ଦ୍ରଭାଗା ବେଳାଭୂମୀ ଦକ୍ଷିଣ ଏସିଆର ପ୍ରଥମ ବେଳାଭୂମୀ ଭାବେ ୨୦୧୮ ରେ ବ୍ଲୁ ଫ୍ଲାଗ ପ୍ର।ମାଣପତ୍ର ପାଇଛି।