ରାଜ୍ୟ

ଚଳିତ ମାସରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ

Published

on

ଭୁବନେଶ୍ୱର ୧୭/୧୨ : ବ୍ୟାଙ୍କରେ ଯଦି କିଛି କାମ ଅଛି ତେବେ ୩ ଦିନ ମଧ୍ୟରେ ତାହା ସାରି ଦିଅନ୍ତୁ । ନହେଲେ ହଇରାଣ ହୋଇପାରନ୍ତି । ଆଗକୁ ସବୁ ସରକାରୀ ବ୍ୟାଙ୍କ ୫ ଦିନ ବନ୍ଦ ରହିବ । ଆସନ୍ତା ୨୧ ତାରିଖରେ କର୍ମଚାରୀମାନେ ଧର୍ମଘଟ କରିବେ । ତେଣୁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ୨୨ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ତା’ପରଦିନ ୨୩ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ବି ବ୍ୟାଙ୍କ ଖୋଲିବ ନାହିଁ । ଅବଶ୍ୟ ୨୪ ତାରିଖରେ ବ୍ୟାଙ୍କ ଖୋଲା ରହୁଥିବାବେଳେ ୨୫ ତାରିଖରେ ବଡ଼ ଦିନ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ୨୬ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ ଖୋଲିବ ନାହିଁ । ଏହି ପରିସ୍ଥିତିରେ ଆଗୁଆ ବ୍ୟାଙ୍କ କାମ ନ ସାରିଲେ ହଇରାଣ ହେବା ସୁନିଶ୍ଚିତ ।

Leave a Reply

Your email address will not be published. Required fields are marked *

Trending

Exit mobile version