କେନ୍ଦ୍ରାପଡ଼ା ୧୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଆସି ବାରୋ ହାଟପଡିଆ ନିକଟରେ ଲକ୍ଷାଧିକ ଚାଷୀଙ୍କ ସମାବେଶକୁ ସମ୍ବୋଧିତ କରିଛନ୍ତି । ଚାଷୀର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ କେନ୍ଦ୍ରାପଡାରେ ୫୪.୫୬ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ସେ ୧୧୮.୬୦ କୋଟି ଟଙ୍କାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ପ୍ରାୟ ସାଢେ ୩ ଲକ୍ଷ ଚାଷୀ ତଥା ଭୂମିହୀନ ଚାଷୀ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।

ପ୍ରାୟ ଲକ୍ଷାଧିକ କୃଷକ ମାନଙ୍କ ସମାବେଶକୁ ସମ୍ବୋର୍ଦ୍ଧିତ କରିବାସହ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ। ୫୪.୫୬ କୋଟି ଟଙ୍କାର ପ୍ରକଳ୍ପ ତଥା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଓ ଆଳି ବ୍ଲକ ଡିମିରିପାଳ ମେଗା ଉଠା ଜଳସେଚନ ପ୍ରକଳ୍ପ, ଜରିଆବାଡ ଏବଂ ଡି.କେ. ଭୋଳ ୩୩/୧୧ କେ.ଭି ପ୍ରାଥମିକ ସବ୍ଷ୍ଟେସନ୍ ଉଦXାଟନ କରିଥିଲେ। ସେହିପରି ୧୧୮.୬୦ କୋଟି ଟଙ୍କାର ପ୍ରକଳ୍ପ ତଥା ପଂଚୁପଲ୍ଲୀ ପନ୍ତଳା ରଙ୍ଗୋଲି ସର୍କିଟ୍- କୋଠିଘାଟ, ଲୁଣିଘେରୀ ଅଂଚଳ ଉନ୍ନତି କରଣ ପ୍ରକଳ୍ପ, କେନ୍ଦ୍ରାପଡାର ଇନ୍ଦୁପୁର ଅଳପୁଆ, ଦାମୋଦର ପାଟଣା – ଜଗନ୍ନାଥପୁର ଘାଟରାସ୍ତା ଓ ମେହେନ୍ଦିନଗର – ହୁରାସାହି ରାସ୍ତାର ଉନ୍ନତିକରଣ, ଝାରକଟା ଓ ପଦ୍ମନାଭପୁରଠାରେ ବ୍ରାହ୍ମଣୀ ନଦୀ ଡାହାଣପାଶ୍ୱର୍ ଏବଂ ସୋରିଷଡା- ପାତ୍ରପୁରଠାରେ ବାମପାଶ୍ୱର୍ ତଟ ସୁରକ୍ଷା ପ୍ରକଳ୍ପ, ଜଗନ୍ନାଥପୁର, ବଡକୋଟା ଓ କୋଇଲିପୁରଠାରେ ହଂସୁଆ ନଦୀର ଡାହାଣ ପାଶ୍ୱର୍ ଏବଂ ଗୋପାଳ ପୁରଠାରେ ଲୁଣାନଦୀ ତଟ ସୁରକ୍ଷା ପ୍ରକଳ୍ପ, ଦାନପୁର ଲକ୍ – ଚକ୍ରୋଡା ଲକ୍- କେନ୍ଦ୍ରାପଡା ଲକ୍ ବାମତଟ ରାସ୍ତା ଉନ୍ନତୀ କରଣ, ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପଟ୍ଟାମୁଣ୍ଡାଇ ଏନ୍ଏସି ଆମ୍ବେଡା ରାସ୍ତା ଉନ୍ନତି କରଣ ପ୍ରକଳ୍ପ ଏବଂ ରାଜକନିକା ଓ ରାଜନଗର ତହସିଲ କାର୍ଯ୍ୟାଳୟ ଇତ୍ୟାଦି ବିଭିନ୍ନ ପ୍ରକଳ୍ପର ଭିତି ପ୍ରସ୍ତର ହେଲିପ୍ୟାଡ୍ ନିକଟରେ ସୁଇଚ୍ ଟିପି ଭିତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ୨୦୨୦ ମସିହା ସୁଦ୍ଧା ୧୦ ହଜାର ହେକଫର ଅଣଜଳସେଚିତ ଜମିକୁ ଜଳସେଚନର ସମସ୍ତ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥନୈତିକ ବିକାଶ ଘଟାଇ ରାଜ୍ୟ ସରକାର ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସମର୍ଥ ହୋଇଛନ୍ତି। ଏହି ଅଭିନବ କାଳିଆ ଯୋଜନା କୃଷକମାନଙ୍କ ଆର୍ଥିକ ଉନ୍ନତି ଓ ଚାଷକାର୍ଯ୍ୟର ଉନ୍ନତି ବିଧାନ ପାଇଁ କରାଯାଇଛି। ଏହାଦ୍ୱାରା ୯୨ ଭାଗ ଚାଷୀ ଉପକୃତ ହେବାସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ମଜବୁତ୍ ହେବ ଓ ଅର୍ଥ ପାଇଁ ଅନ୍ୟର ଋଣ ଉପରେ ନିର୍ଭରଶୀଳ ହେବେ ନାହିଁ। କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମଭୂମି ଓ କେନ୍ଦ୍ରାପଡା ପ୍ରତି ମୋ ସରକାରର ସ୍ୱତନ୍ତ୍ର ଦୃଷ୍ଟି ରହିଛି। ଏହି କାର୍ଯ୍ୟକ୍ରମରେ କୈାଣସି ନେତା ତଥା ବିଧାୟକ ଓ ମନ୍ତ୍ରୀଙ୍କୁ ଭାଷଣ ଦେବାପାଇଁ ସୁଯୋଗ ଦିଆଯାଇନଥିବାବେଳେ କେତେକ ଚାଷୀଙ୍କୁ ବକ୍ତବ୍ୟ ଦେବାର ସୁଯୋଗ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ଲୋକ ସଂପର୍କ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବେଦ ପ୍ରକାଶ ଅଗ୍ରୱାଲା, ଦେବାଶିଷ ସାାମନ୍ତରାୟ, ଡଃ. ରାଜଶ୍ରୀ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ସମବାୟ ବିତ୍ ତଥା ବିଜେଡି ରାଜ୍ୟ ସଂପାଦକ ପ୍ରମୋଦ କୁମାର ସାହୁ, ୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ଜ୍ୟୋସ୍ନାରାଣୀ ଜେନା, ଇଂ ମୁରଲୀ ଧର ସେଠୀ, ଯୁବ ନେତା ରାଜେଶ ପଣ୍ଡା, ଶ୍ରୀଧର ବେହେରା, ଧୀରେନ୍ଦ୍ର ଦାସ, ହିରଣ୍ୟ ପଣ୍ଡା, ଭଜକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।