ଭୁବନେଶ୍ୱର: ରାଜ୍ୟର ୩୪ ଲଷ ରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରଵି ରୁତୁ ପାଇଁ ଜମା କରାଯାଇଛି ।
କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆଥିର୍କ ବର୍ଷ ଆରମ୍ଭ କରୁଛି।”
“କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। କଳିଆ ଯୋଜନା ଯୋଗୁଁ ରାଜ୍ୟର ୩୭ ଲକ୍ଷ ଚାଷୀ ସଙ୍ଗେ ସଙ୍ଗେ ୧୭ ଲକ୍ଷ ଭୂମିହୀନ ଚାଷୀଙ୍କ ଜୀବନ ସହଜ ହୋଇପାରିଛି। କଳିଆ ଦେଶର ଏକମାତ୍ର ଚାଷୀ କଲ୍ୟାଣ ଯୋଜନା ଯେଉଁଥିରେ ଭୂମିହୀନ ଚାଷୀ ବି ଉପକୃତ ହୋଇପାରିଛନ୍ତି।
ମୁଖ୍ୟମନ୍ତ୍ରୀ ଏମଏସପି ପ୍ରସଙ୍ଗ ଉଠାଇ କହିଥିଲେ ଯେ, “ଦେଢ ଗୁଣ MSP କାହାର ଦୟା ନୁହେଁ । ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି । MS Swaminathan Committee Recommendationକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ।”
କାର୍ଯ୍ୟକ୍ରମ ରେ ଯୋଗ ଦେଇ ମରୁଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ।
କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ।ମୁୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିିବ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ ।
ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲା ର ଚାଷୀ ଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଗଲା।