ମାଲକାନଗିରି ୭/୧୨ : ଚିତ୍ରକୋଣ୍ଡା ଅଞ୍ଚଳର ନାକାମାମୁଡ଼ି ଓ ଅଣ୍ଡ୍ରାପଲ୍ଲୀ ଅଞ୍ଚଳରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଲ ନିର୍ମାଣ କରି ସରକାର ଏହି ଅଞ୍ଚଳରୁ ଖଣିଜ ଲୁଟ୍ କରୁଛନ୍ତି ବୋଲି ସେଥିରେ ଉଲ୍ଲେଖ କରାଯାଇଛି । ଗତକାଲି ପଣସପୁଟ ଓ ଗାଜଲମାମୁଡ଼ିରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା । ସିପିଆଇ ମାଓବାଦୀ ଗୁମ୍ମା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇି ।