ଦିଲ୍ଲୀ ୧୯/୧୨ : ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସ୍ଥାନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ନେଇ ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି । ଆଇଏନଏକ୍ସ ମିଡ଼ିଆକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ କ୍ଲିଅରାନ୍ନ ପ୍ରଦାନ କ୍ଷେତ୍ରରେ ହୋଇଥିବା ଅନିୟମିତତାରେ ଶ୍ରୀ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।