କୋଲକାତା:ଗଲବାନ ଉପତ୍ୟକରେ ଭାରତ-ଚୀନ ସୈନ୍ୟ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଚିନ ବିରୋଧରେ ପ୍ରଦର୍ଶନ କରିବାରେ ବିଜେପିର କେତକ କର୍ମୀ ଆବଶ୍ୟକତାରୁ ଅଧିକ ଉତ୍ସାହିତ ହୋଇପଡିଥିବା ଦେଖା ଯାଉଛି।
ନିକଟରେ ପଶ୍ଚିମବଙ୍ଗର କେତେକ ବିଜେପି କର୍ମୀ ଉତ୍ତର କୋରିଆର ଏକ ଛାତ୍ରାବାଦ ଶାସକ କୀମ ଯୋନ-ଉନଙ୍କ କୁଶ ପୁତଲିକା ଦାହ କରିଛନ୍ତି। ଚୀନ ର ରାଷ୍ଟ୍ରପତି ସି ଜିନପିଙ୍ଗ ଭାବି ସେମାନେ କୀମ ଯୋନ-ଉନଙ୍କ କୁଶ ପୁତଳିକା ଦାହ କରି ଦେଇଛନ୍ତି। ସେହିଭଳି ଆଉ କିଛି ବିଜେପି କର୍ମୀ ଆମେରିକାର ମନଚିତ୍ରକୁ ଚୀନର ମାନଚିତ୍ର ଭାବି ଏକ ପ୍ରତିବାଦ ଶୋଭାଯାତ୍ରାରେ ଧରି ବୁଲୁଥିବା ଦେଖା ଯାଇଥିଲା।