World

ଚୀନ ଦେଲା ଭାରତକୁ ଧନ୍ୟବାଦ

Published

on

ନୂଆଦିଲ୍ଲୀ: ଲାଦଖ ସୀମାରେ ଭାରତ-ଚୀନ ତିକ୍ତତା ଘନୀଭୂତ ହେଉଥିବା ବେଳେ ଚୀନ ଭାରତକୁ ଧନ୍ୟବାଦ ଜଣାଇଛି।

ଭାରତ ଓ ଚୀନର ଗୃହପାଳିତ ପଶୁମନେ ସୀମାରେ ଉଭୟ ଦେଶରେ ପ୍ରବେଶ କରି ଚରିବା କିଛି ନୂଆ କଥା ନୁହେଁ। ହେଲେ ଯୁଦ୍ଧ ମୁହାଁ ସମୟରେ ପଶୁମାନଙ୍କର ଚରିବା କ୍ଷେତ୍ର ସଙ୍କୁଚିତ ହେଇ ଯାଇଥାଏ।

ପଶୁମାନେତ ଆଉ ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ତିକ୍ତତା କଥାତ ଆଉ ବୁଝନ୍ତି ନାହିଁ। ସେମାନେ ପ୍ରତିଦିନ ଭଳି ସେମାନଙ୍କର ଚାରା ଅନ୍ୱେଷଣ ରେ ବାହାରି ଯାଆନ୍ତି । ସୀମା କଣ ତାହା ମଧ୍ୟ ସେମାନେ ବୁଝନ୍ତି ନାହିଁ।

ଗତ ସପ୍ତାହରେ ଚୀନର ୧୩ଟି ୟାକ ଭାରତ ସୀମା ଭିତରକୁ ପଶି ଆସିଥିଲେ। ତେବେ ଅରୁଣାଞ୍ଚଳ ପ୍ରଦେଶ ସୀମାରେ ମୁତୟନ ଭାରତୀୟ ସୈନ୍ୟମାନେ ସେହି ୟାକମାନଙ୍କୁ ଫେରାଇ ଦେଇଥିଲେ । ତେଜପୁରଠାରେ ଅବସ୍ଥିତ ସେନା ବାହିନୀର ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ଏକ ଟ୍ୱିଟର ସମ୍ବାଦରେ କୁହାଯାଇଛି ଯେ ଏହି ୟାକ ଗୋଠଟି ଅଗଷ୍ଟ ୩୧ ତାରିଖ ଦିନ ଏଲଏସି ଅତିକ୍ରମ କରି ଅରୁଣାଞ୍ଚଳ ପ୍ରଦେଶର ପୂର୍ବ କେମେଙ୍ଗ ଅଂଚଳକୁ ଚାଲି ଆସିଥିଲେ। ୟାକଗୁଡିକୁ ଚୀନକୁ ହସ୍ତାନ୍ତର କରିଦିଆଯାଇଛି।

ଭାରତୀୟ ସୈନ୍ୟ ବାହିନୀର ଏହି ମହତ କାର୍ଯ୍ୟକୁ ଚୀନ ସରକାର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛି ବୋଲି ଏହି ଟ୍ୱିଟରରେ କୁହା ଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version