ଜଗନାଥପ୍ରସାଦ ୧୫/୫ : କାଦୁଆ ପଂଚାୟତର ଯୋଡ଼ାବନ୍ଧା ଗ୍ରାମକୁ ଚୋରି କରିବାକୁ ଆସି ହଟହଟା ହେଲେ ୪ ଚୋର । ଏହି ଚୋରମାନଙ୍କୁ ଗ୍ରାମବାସୀ ଧରିବା ସହ ନିସ୍ତୁକ ମାଡ ମାରିଛନ୍ତି । କଥା ଏତିକିରେ ସରି ନ ଥିଲା ବରଂ ହାତରେ ଦଉଡି ବାନ୍ଧି ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ । ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳେ ଗ୍ରାମବାସୀଙ୍କ ଅଭିଯୋଗ ପାଇ ପୋଲିସ ପହଞ୍ଚି ୪ ଜଣଙ୍କୁ ପଚରାଉଚୁରା କରିଥିଲା । ପରେ ସେମାନେ ଚୋରି ସମ୍ପର୍କରେ ମାନିବା ସହ ଦୁଇଟି ମୋବାଇଲ, ଗୋଟିଏ ମନିପର୍ସ ସହ ୨ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରି କେଶ ନମ୍ବର ୬୮/୧୯ ରୁଜୁ କରି କୋର୍ଟ ଫରୱାର୍ଡ଼ କରାଯାଇଛି । ଅନ୍ୟପକ୍ଷରେ ଯୁବକମାନଙ୍କୁ ଶାରୀରିକ ନିର୍ୟ୍ୟାତନା ଦିଆଯିବା ଅଭିଯୋଗରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ରାତି ୩ଟାରେ ୪ ଜଣ ଯୁବକ ଯୋଡ଼ାବନ୍ଧ ଗ୍ରାମର ପ୍ରଭାକର ନାୟକଙ୍କ ଘରେ ପଶିଥିଲେ । ଛାତ ଉପରେ ଶୋଇଥିବା ପ୍ରଭାକର ଶବ୍ଦ ଶୁଣି ତଳକୁ ଆସି ଚିତ୍କାର କରିଥିଲେ । ଚୋରି କରୁଥିବା ସମୟରେ ଧରାପଡିଲେ ୪ ଯୁବକ ।