ଦେଶ ବିଦେଶ

ଚୋର ଭାବି ପୋଲିସକୁ ପିଟିଲେ ଲୋକେ

Published

on

ଦିଗପହଣ୍ଡି ୯/୫ : ଚୋର ଭାବି ପୋଲିସକୁ ପିଟିଲେ ଲୋକେ । ତେଲେଙ୍ଗାନା ପୁଲିସ ସାଦା ପୋଷାକରେ ଆସି ଜଣେ ଅଭିଯୁକ୍ତର ଭାଇକୁ ଉଠାଇ ନେଉଥିବା ବେଳେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୭ଜଣ ପୁଲିସ ଦୁଇଟି ଇନୋଭା କାରରେ ଡେଙ୍ଗାଡି ଗ୍ରାମକୁ ଆସିଥିଲେ । ଡକାୟତି ଅଭିଯୁକ୍ତ ମନୋଜ ସ୍ୱାଇଁଙ୍କୁ ସାଙ୍ଗରେ ଆଣି ତେଲେଙ୍ଗାନା ପୁଲିସ ଘର ତଲାସୀ କରିବା ସହ ତା ଭାଇକୁ ଉଠାଇ ନେଉଥିଲେ ।
ଏହି ସମୟରେ ଅଭିଯୁକ୍ତର ମାଁ ମୋ ପୁଅକୁ ଚୋର ନେଉଛି ରକ୍ଷା କରି ବୋଲି ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁ ଲୋକେ ପିଲାଚୋର ଭାବି ତେଲେଙ୍ଗାନା ପୁଲିସକୁ ଘେରିଯାଇ ନିର୍ଧୁମ ପିଟିଥିଲେ । ଆମେ ପୁଲିସ କହି ତେଲେଙ୍ଗାନା ପୁଲିସ ନିଜ ଆଇକାର୍ଡ ଦେଖାଇ ଥିଲେ ମଧ୍ୟ କେହି ବିଶ୍ୱାସ କରିନଥିଲେ । ଓଲଟା ଜଲା କାର୍ଡ କହି ଆହୁରି ବାଡେଇଥିଲେ । ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ତେଲେଙ୍ଗାନା ପୁଲିସକୁ ଉଦ୍ଧାର କରିଥିଲେ । ଏଥିସହ ଅଭିଯୁକ୍ତର ଭାଇ ଓ ବାପାକୁ ଘରୁ ଉଠାଇ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version