ଅପରାଧ

ଚୋର ସନ୍ଦେହରେ ଗୋଟିଏ ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ

Published

on

ନୟାଗଡ଼ ୧୨/୬ : ଗାଁରେ ଚୋର ଧରିବାକୁ ଯାଇ ସନ୍ଦେହରେ ଗୋଟିଏ ପରିବାରକୁ ମାଡ଼ ମାରିବା ଅଭିଯୋଗ ଆସିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଗଡ଼ ଗାଁରେ ଚୋରି ହୋଇଥିଲା । ପୋଲିସ ଚୋର ଧରିନ ପାରିବାରୁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ଗ୍ରାମସଭା ନିଷ୍ପତିକ୍ରମେ ଚୋର ଧରିବାକୁ ଗାଁରେ ଖଟ ବୁଲା ଯାଇଥିଲା । ପରେ ଚୋରି ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରି ନିସ୍ତୁକ ମାଡ଼ ହୋଇଛି । ଏହି ଆକ୍ରମଣରେ ପରିବାରର ଦୁଇଜଣ ଆହତ ହୋଇପଡ଼ିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାସୁନାଖଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିବାର ଲୋକେ ଗାଁ ଲୋକଙ୍କ ମାଡ଼ ଭୟରେ ଗାଁକୁ ଆସିପାରୁନାହାଁନ୍ତି । ରାଜସୁନାଖଳା ଫାଣ୍ଡିରେ ପୀଡ଼ିତ ପରିବାର ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version