ଦେଶ ବିଦେଶ

ଚୌକିଦାର ଚୋର ହେ ପ୍ରସଙ୍ଗ : ପ୍ରଚାର ବେଳେ ଭାବପ୍ରବଣ ହୋଇ ଏଭଳି ବୟାନ ଦେଇଥିଲି : ରାହୁଲ

Published

on

ନୂଆଦିଲ୍ଲୀ ୨୨/୪ : ଚୌକିଦାର ଚୋର ହେ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିଜ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତତି ନିର୍ବାଚନୀ ପ୍ରଚାର କରିବାବେଳେ ଭାବପ୍ରବଣ ହୋଇ ସେ ଏପରି ବୟାନ ଦେଇଥିବା ନିଜ ଜବାବରେ ଦର୍ଶାଇଛନ୍ତି । ସୁପ୍ରିମକୋର୍ଟରେ ରାଫେଲ ଡିଲ୍ ଦୁର୍ନୀତି ମାମଲା ବିଚାରାଧୀନ ଥିବାବେଳେ ରାହୁଲ ଗାନ୍ଧି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହୈ ।
ରାହୁଲଙ୍କ ଏହି ବୟାନକୁ କୋର୍ଟଙ୍କ ଅବମାନନା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ବିଜେପି । ବିଜେପିର ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ । ରାଫେଲ ଡିଲ ମାମଲାର ପୁନଃ ଶୁଣାଣି କରିବାକୁ ଖଣ୍ଡପୀଠ ଗ୍ରହଣ କରିବା ପରେ ରାହୁଲ ଏକ ନିର୍ବାଚନୀ ସଭାରେ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହେ ।

Leave a Reply

Your email address will not be published. Required fields are marked *

Trending

Exit mobile version