Connect with us

ଭୋପାଳ:ବହୁ ବିଳମ୍ବରେ ହେଲେବି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚଳିତ ସପ୍ତାହରେ ତାଙ୍କର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ ତାଙ୍କର ଏହି ୩୪ ସଦସ୍ୟ ବିଶିଷ୍ଟ ବିରାଟକାୟ ମନ୍ତ୍ରିମଣ୍ଡଳକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହେବା ସହ ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କଥା ବି ଉଠିଲାଣି।

ମଧ୍ୟପ୍ରଦେଶ ବିଧାନସଭାର ମୋଟ   ବିଧଅୟକ ସଂଖ୍ୟା ୨୦୬ ଏବଂ  ମନ୍ତ୍ରିମଣ୍ଡଳର ଆକାର ମୁଖ୍ୟମନ୍ତ୍ରୀଙ୍କ ସମେତ ଏହାର ୧୫%ରୁ ଅଧିକ ହୋଇ ପାରିବ ନାହିଁ। ଏହି ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳର  ଆକାର ୩୧ରୁ ଅଧିକ ହୋଇ ପାରିବ ନାହିଁ।

ସମ୍ବିଧାନର Article 164(1A) ଅନୁଯାୟୀ “The total number of ministers, in the Council of Ministers in a State shall not exceed 15% of the total numbers of members of the legislative assembly of that State.”

ମନ୍ତ୍ରିମଣ୍ଡଳର ଅକାରକୁ ନେଇ ମୁଖ୍ୟ ବିପକ୍ଷ ଦଳ ଆପତ୍ତି ଉଠାଇଛି । ଦଳର ମୁଖପାତ୍ର ଅଜୟ ସିଂହ ଯାଦବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରେ ଅଭିଯୋଗ କରିଛନ୍ତି।

ମଧ୍ୟପ୍ରଦେଶର ମୋଟ ଆସନ ସଂଖ୍ୟା ୨୨୮ ଥିବାବେଳେ  ବର୍ତ୍ତମାନ ବିଧାୟକଙ୍କ ସଂଖ୍ୟା ୨୦୬ ରହିଛି। ଗତ ମାର୍ଚ୍ଚ ମାସରେ କଂଗ୍ରେସର ଅସନ୍ତୁଷ୍ଟ ନେତା ମାଧବରାଓ ସିନ୍ଧିଆ ଦଳର ୧୯ ଜଣ ବିଧାୟକଙ୍କୁ ନେଇ ବିଜେପିରେ ମିଶିଗଲେ । ଏହି ୧୯ ଜଣଙ୍କ ସମେତ ୨୨ ଜଣ ବିିଧାୟକ ତାଙ୍କର ବିଧାୟକ ପଦରୁ ଇସ୍ତଫା ଦେଇ  ଦେଇଛନ୍ତି।

ମାର୍ଚ୍ଚ ୨୦୨୦ ରେ ଶିବରାଜ ସିଂହ ଚୌହାନ କଂଗ୍ରେସର କମଳ ନାଥ ସରକାରକୁ ଗାଦିଚ୍ୟୁତ କରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ବହୁଦିନ ଧରି ସେ ଏକାକୀ ଶାସନ ଚଳାଇଥିଲେ। ହେଲେ ଏକାକୀ କ୍ୟାବିନେଟ ବୈଠକ କିଭଳି ହେବ ବୋଲି ପ୍ରଶ୍ନ କରିବାରୁ କୋଭିଡ ମହାମରୀର ପ୍ରକୋପ ମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ପାଞ୍ଚ ଜଣଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ତେବେ ଦଳ ଭିତରୁ ଏବଂ ସିନ୍ଧିଆଙ୍କ ପକ୍ଷରୁ ଚାପ ବଢିବାରୁ ତାଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ପଡ଼ିଲା ।

ତେବେ ମନ୍ତ୍ରମଣ୍ଡଳ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ଚୌହାନ ଆଦୌ ସୁଖୀ ନାହାନ୍ତି। ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କ ୧୧ ଜଣ ସାମିଲ ହୋଇଥିବା ବେଳେ ବିଜେପିର କେନ୍ଦ୍ରିୟ ନେତୃତ୍ବ ୧୮ ଜଣଙ୍କୁ ସାମିଲ କରାଇଛି। ଚୌହାନଙ୍କ କ୍ୟାମ୍ପର ଅନେକ ଯୋଗ୍ୟ ଏବଂ ତୁଙ୍ଗ ନେତା ଯେଉଁମାନେ ଗତ ଥର ତାଙ୍କ ସରକାରରେ ମନ୍ତ୍ରୀ ଥିଲେ ସେମାନେ ମଧ୍ୟ ଏହି ସମ୍ପ୍ରସାରଣରେ ସ୍ଥାନ ପାଇନାହାନ୍ତି।

ଜୁମ୍ବୋ କ୍ୟାବିନେଟ ପାଇଁ ସମାଲୋଚନାର ଶିକାର ହେଉଛନ୍ତି ଚୌହାନ ହେଲା ସମ୍ପ୍ରସାରଣରେ ତାଙ୍କର କିଛି ଲାଭ ହେଲାନି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions